Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୧୮ ପଜିଟିଭ୍

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଭୟଭୀତ ହେଲେଣି ଲୋକେ । ଆଜି ପୁଣି ହଜାରେ ଟିପିଛି ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୧୧୧୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୭୪ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୯୪୪ । ସେହିପରି ଆଜି ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୮୫୧ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ, ନୟାପଲ୍ଲୀରୁ ୫୨, ଓଲ୍ଡ ଟାଉନରୁ ୪୯, ଖଣ୍ଡଗିରିରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁରରୁ ୩୦, ଡୁମୁଡୁମାରୁ ୩୩, ଲକ୍ଷ୍ମୀସାଗରରୁ ୩୫, ଝାରପଡ଼ାରୁ ୨୦, ବଡ଼ଗଡ଼ରୁ ୨୦, ପୋଖରୀପୁଟରୁ ୧୬ ଜଣ ସଂକ୍ରମିତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ପଜିଟିଭ୍ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୨୪ ଜଣ ଥିବା ବେଳେ, ପଟିଆରୁ ୧୩, ଓଲ୍ଡ ଟାଉନରୁ ୯ ଜଣ ଅଛନ୍ତି । ଏହାସହ ବାକି ଅଞ୍ଚଳରୁ ମଧ୍ୟ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୦ ହଜାର ୨୮୧ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪୮ ହଜାର ୨୮୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯୧ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୧ ହଜାର ୬୮୩ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.