Latest Odisha News

BREAKING NEWS

କେବଳ ମାଲକାନଗିରିକୁ ଛାଡି ବାକି ଜିଲ୍ଲାରେ ତାତିରୁ ଆଶ୍ବସ୍ତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । କିଛି ଦିନ ଧରି ପାରଦ ସାମାନ୍ୟ ହ୍ରାସ ପାଇଥିବା ବେଳେ, ଆଜି ସାମାନ୍ୟ ଗରମ ଅନୁଭୂତ ହୋଇଛି । କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୫.୮ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୨, କଟକରେ ୩୬.୪, ପାରାଦୀପରେ ୩୩.୨, ଭୁବନେଶ୍ବରରେ ୩୭.୩, ଗୋପାଳପୁରରେ ୩୩.୧, ପୁରୀରେ ୩୪, ଅନୁଗୁଳରେ ୩୮.୧, ବାରିପଦାରେ ୩୭, ଝାରସୁଗୁଡ଼ାରେ ୩୭.୨, କେନ୍ଦୁଝରରେ ୩୫.୨, ସମ୍ବଲପୁରରେ ୩୮, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୬.୭, ତାଳଚେରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୭.୫, କୋରାପୁଟରେ ୩୪.୫, ଫୁଲବାଣୀରେ ୩୯, ଟିଟିଲାଗଡ଼ରେ ୩୯, ମାଲକାନଗିରିରେ ୩୯, ସୋନପୁରରେ ୩୯, ଦାରିଙ୍ଗବାଡିରେ ୩୨, ନୟାଗଡ଼ରେ ୩୭.୫, ବୌଦ୍ଧରେ ୩୮, ଛତ୍ରପୁରରେ ୩୪.୫, ପାରଳାଖେମୁଣ୍ଡିରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.