Latest Odisha News

BREAKING NEWS

ରାଜ୍ୟରୁ ଆଉ ୧୧୨ କରୋନା ର‌ୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ରହିଛନ୍ତି। ତା’ ତଳକୁ ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ସୁସ୍ଥ ରହିଛନ୍ତି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯କୁ ବୃଦ୍ଧି ପାଇଛି। ଏଯାବତ ରାଜ୍ୟରେ ୧୯୦୭ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୧୧ରେ ପହଞ୍ଚିଛି।

Leave A Reply

Your email address will not be published.