Latest Odisha News

BREAKING NEWS

ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ଏଆର ରହେମାନ

ମୁମ୍ବାଇ:ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ ସ୍କ୍ୱାଡନର ଥିଲେ ।

ସେ ଜଣେ ଅଭିଜ୍ଞ ସିପାହୀ ଥିଲେ । ନିଜ ଭାଇ, ଭଉଣୀଙ୍କ ସହ ୧୯୭୧ ଯୁଦ୍ଧରେ ପୂର୍ବ ଦିଗରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ଲଢ଼େଇ ପରେ ବାଂଲାଦେଶ ସ୍ୱତନ୍ତ୍ର ହୋଇଥିଲା । ଫିଲ୍ମର ଟାଇଟଲ ରୁଷର ୱାର ଟ୍ୟାଙ୍କ ପିଟି-୭୬କୁ ପିପ୍ପା ଭାବେ ସମ୍ବୋନ୍ଧିତ କରାଯାଇଥାଏ । ଫିଲ୍ମର ନିର୍ଦ୍ଦେଶନା ଭାରତ ରାଜା କୃଷ୍ଣ ମେନନ ତୁଲାଇବେ ।

Leave A Reply

Your email address will not be published.