କଟକ: ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ । ଆଜି ପୁଣି କଟକ ମହାନଗର ନିଗମରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଆଜି ୨୨ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଗୃହ ସଂଗରୋଧରୁ ୬୦ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୩୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।
Out of the 189 new COVID-19 +ve cases reported today in #Cuttack district, 119 +ve cases belong to Cuttack city (CMC area).
1 additional case reported under CMC by @cuttackDM belongs to BBSR.
Another 80 recoveries (15 August data) have been reported recently! pic.twitter.com/QT8UcXrZ7k
— CMC,Cuttack (@CMCCuttack) August 16, 2020
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲଗୋଦାମ ନିକଟ ଏସ୍ସିବି ଆଇସୋଲୋସନରୁ ମୋଟ ୧୩ ଜଣଙ୍କ ସମେତ ୨୨ ଜଣ ସରକାରୀ ସଂଗରୋଧରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୃହସଂଗରୋଧରୁ ଚିହ୍ନଟ ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ନୂଆ ନିମସାହିରୁ ୧୬ ଜଣ ମହିଳାଙ୍କ ସମେତ ୨୫ ଜଣ ଅଛନ୍ତି। ମଙ୍ଗଳବାଗରୁ ୮ ଜଣ, ସୂତାହାଟରୁ ୬ ଜଣ, ରାଣୀହାଟରୁ ୫ ଜଣ, ବାମ୍ଫିସାହିରୁ ୪ ଜଣ, ତେଲେଙ୍ଗାବଜାର, ବାଦାମବାଡ଼ି ଓ ଦେଓ୍ଵାନ ବଜାରରୁ ୨ ଜଣ ଲେଖାଏଁ, ନେତାଜୀ ନଗର, ଚାନ୍ଦିନୀ ଚୌକ, ଚଣ୍ଡିଛକ, ମଧୁପାଟଣା, ବକ୍ସିବଜାର, ଶଗଡ଼ିଆସାହି ଓ ହରିପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ପ୍ରଫେସରପଡ଼ା ଓ ସେଲଟର ଛକରୁ ଚିହ୍ନଟ ହୋଇଥିବା ୪-୪ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳର। ଚାଉଳିଆଗଂଜରୁ ୩ ଜଣ, ସିଡିଏ ସେକ୍ଟର-୭ରୁ ୨ଜଣ, କାଠଗଡ଼ା, ମାରିଆ ବଜାର, ବକ୍ସିବଜାର, ମଧୁପାଟଣା, ନୂଆସାହି, ନେହରୁପଲ୍ଲୀ, ମାଛୁଆବଜାର, ସୂତାହାଟ, ଶଗଡ଼ିଆସାହି, ମଧୁପାଟଣା, ଦେଓ୍ଵାନ ବଜାର, ବାଦାମବାଡ଼ି, ଦେଉଳସାହି, ଅରୁଣଦୋୟ ନଗର, କଣ୍ଟେନମେଣ୍ଟ ରୋଡ, ଜଗତପୁର, କଲେଜ ଛକ, ପ୍ରତାପ ନଗରୀ, ସିଡିଏ ସେକ୍ଟର-୯, ଜୋବ୍ରା, ବେପାରୀ ସାହି, ଶିଖରପୁର, ନୂଆସାହିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୭୦ରେ ପହଂଚିଛି । ସେଥିରୁ ୧୩୯୮ ସୁସ୍ଥ ହୋଇଥିବା ବେଳେ ୮୬୦ଟି ସକ୍ରିୟ କେସ୍ ରହିଛି । ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
Comments are closed.