ଅମରିତସର: ଘର ବାହୁଡୁଛନ୍ତି ବେଆଇନ ପ୍ରବାସୀ ଭାରତୀୟ । ଆମେରିକା ତଥା ବିଭିନ୍ନ ଦେଶରେ ବେଆଇନ ଭାବରେ ବସବାସ କରୁଥିବା ଭାରତୀୟଙ୍କୁ ପୁଣି ଥରେ ଦେଶ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟର ୧୧୯ ଜଣ ଅବୈଧ ପ୍ରବାସୀଙ୍କୁ ଆମେରିକା ଦେଶାନ୍ତର କରିଥିବା ବେଳେ ଆଜି ସେମାନଙ୍କୁ ନେଇ ଅମରିତସର ଗୁରୁରାମ ଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ ଆମେରିକୀୟ ସାମରିକ ବିମାନ ସି-୧୬ । ତେବେ ପୂର୍ବରୁ ୧୦୪ ଜଣ ବେଆଇନ ପ୍ରବାସୀ ପ୍ରଥମ ପର୍ଯ୍ୟାୟରେ ଭାରତ ଫେରିସାରିଛନ୍ତି ।
ତେବେ ମିଳିଥିବା ରିପୋର୍ଟ ଅନୁଯାୟର ପ୍ତରତି ସପ୍ତାହରେ ନିର୍ବାସିତ ଭାରତୀୟଙ୍କୁ ସ୍ବେଦେଶ ଅଣାଯିବ । ଆଜି ଆସୁଥିବା ପ୍ରବାସୀଙ୍କ ମଧ୍ୟରେ ପଞ୍ଜାବରୁ ୬୭ଜଣ, ହରିୟାଣାରୁ ୩୩ ଜଣ, ଗୁଜୁରାଟରୁ ୮ ଜଣ, ଉତ୍ତରପ୍ରଦେଶରୁ ୩ ଜଣ, ରାଜସ୍ଥାନ ଏବହ ମହାରାଷ୍ଟ୍ରରୁ ଦୁଇ ଦୁଇ ଜଣ ଏବଂ ଜମ୍ମୁ-କାଶ୍ମୀର ଏବଂ ହିମାଚଳପ୍ରଦେଶରୁ ଜଣେ ଜଣେ ଭାରତ ଫେରୁଛନ୍ତି ।
ଆମେରିକାରେ ଟ୍ରମ୍ପ ଶାସନ ଆରମ୍ଭ ହେବା ପରେ ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦେଶରେ ବେଆଇନ ଭାବରେ ପ୍ରବେଶ କରିଥିବା କିମ୍ବା ଭିସା ଅବଧି ଅତିକ୍ରମ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିସହିତ ସେମାନଙ୍କୁ ଦେଶରୁ ନିର୍ବାସିତ କରାଯାଉଛି । ଏହା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ମୋଦି, ନିର୍ବାସିତ ଭାରତୀୟଙ୍କୁ ଭାରତ ଫେରାଇ ନେବା ପାଇଁ ମତ ରଖିଥିଲେ ।
ଆମେରିକାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ, ମୋଦି ଯାଞ୍ଚ ହୋଇଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଥିଲେ । ଦୁର୍ବଳ ପ୍ରବାସୀମାନଙ୍କୁ ଶୋଷଣ କରୁଥିବା ମାନବ ଚାଲାଣ ନେଟୱାର୍କଗୁଡ଼ିକର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପରେ ତୁରନ୍ତ ଉକ୍ତ ଭାରତୀୟଙ୍କୁ ଦେଶାନ୍ତର କରାଯାଉଛି ।
Comments are closed.