Latest Odisha News

BREAKING NEWS

ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ: ସୈନ୍ୟ ଅପସାରଣ କରିବାକୁ ଡ୍ରାଗନ ମନା କଲା

ନୂଆଦିଲ୍ଲୀ: ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଡ୍ରାଗନର ଏକଚାଟିଆ ନୀତି ଯୋଗୁ ବୈଠକ ବିଶେଷ ଫଳପ୍ରଦ ହୋଇ ନ ଥିଲା । ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ ସ୍ପ୍ରିଙ୍ଗସ ସଂଘର୍ଷ ସ୍ଥାନରୁ ସୈନ୍ୟ ହଟାଇବା ପାଇଁ ଚୀନ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା । ଲଦାଖର ପିପି-୧୫ ଏବଂ ୧୭ଏରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନ ୧୫ରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ଦେଶର ଅନେକ ଯବାନ ଶହୀଦ ହୋଇଥିଲେ । ଏହା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବାରମ୍ବାର ଆଲୋଚନା ଫଳରେ ଅଶାନ୍ତି କିଛି ମାତ୍ରାରେ କମିଛି ।

Leave A Reply

Your email address will not be published.