Latest Odisha News

BREAKING NEWS

କୁଖ୍ୟାତ ଅପରାଧୀ ହାଇଦର ଫେରାର

କଟକ : ପୋଲିସକୁ ଚକମା ଦେଇ କୁଖ୍ୟାତ ଅପରାଧୀ ହାଇଦର ଫେରାର । କଟକ ଏସିସିବି ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ଫେରାର ହୋଇଛି ହାଇଦର । ଏନେଇ ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଏକାଧିକ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇ ଚାଲିଛି ସର୍ଚ୍ଚ ଅପରେସନ ।

ଚିକିତ୍ସା ପାଇଁ ବୁର୍ଲା ମେଡିକାଲରୁ ଏସସିବି ମେଡିକାଲକୁ ଆସିଥିଲା ହାଇଦର । ତାକୁ ଜଗବା ପାଇଁ ଜଣେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହୋଇଥିଲେ । ହେଲେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସେ ଖସିଯିବାରେ ସଫଳ ହୋଇଛି । ଏହି ଖବର ଜଣାପଡିବା ପରେ କଟକ ସହରର ବିଭିନ୍ନ ସ୍ଥାନରେ ଚାଲିଛି ସର୍ଚ୍ଚ ଅପରେଶନ । କଟକ ସହରର ସୀମାକୁ ସିଲ୍ କରାଯିବା ସହ ପଡ଼ୋଶୀ ଜିଲ୍ଲା ପୋଲିସକୁ ଆଲର୍ଟ କରାଯାଇଛି ।

ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟର ହାଇଦର କିପରି ଡାକ୍ତରଖାନାରୁ ଚମ୍ପଟ ମାରିଲା, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ହାଇଦର ଆଜୀବନ ଦଣ୍ଡ ଭୋଗୁଥିଲା ହାଇଦର । ଏବେ ହାଇଦର ଫେରାର ହେବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ, ତାକୁ ଧରିବା ପାଇଁ: ଚାଲିଛି ତଲାସି ଅଭିଯାନ ।

Leave A Reply

Your email address will not be published.