Latest Odisha News

BREAKING NEWS

ରଥଯାତ୍ରା ଛିନତାଇ: ୧୨ ଜଣଙ୍କୁ ଗିରଫ କଲା ପୋଲିସ୍

ପୁରୀ: ସରିଯାଇଛି ଘୋଷଯାତ୍ରା । ରତ୍ନ ବେଦୀରୁ ଯାଇ ଶରଧା ବାଲିରେ ପହଞ୍ଚିଛନ୍ତି ରଥାରୂଢ ତିନି ଠାକୁର । ସନ୍ଧ୍ୟା ଆରତି ପରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ । ତେବେ ୫୩ ବର୍ଷ ପରେ ବିରଳ ରଥଯାତ୍ରା ପାଳନ ହୋଇଥିବାରୁ ଏଥର ଦୁଇ ଦିନ ରଥଟଣା କାର୍ଯ୍ୟକ୍ରମ କରାଯାଇଛି । ଯେଉଁଥିରେ ନାହିଁନଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ତେବେ ଏହି ଅବସରରେ ଭଗବାନଙ୍କ ଚକ୍ଷୁରେ ଭକ୍ତ ବିଭୋର ଥିବେ ବେଳେ ଗହଳିର ଫାଇଦା ଉଠାଇ ଲୁଟ୍ ରାଜ୍ ଚଳାଇଥିଲେ କିଛି ଲୁଟ୍ ଗ୍ୟାଙ୍ଗ । ରଥଯାତ୍ରା ସରିବା ପରେ ଏନେଇ ତୁରନ୍ତ ଆକ୍ସନ ନେଇଛି ପ୍ରଶାସନ । ରଥଯାତ୍ରାରେ ମୋବାଇଲ ଛିନତାଇ ଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିଛି ପୋଲିସ୍ ।  ସିଂହଦ୍ବାର, ଟାଉନ ଥାନା ଓ ସମୁଦ୍ର କୂଳ ଥାନାଙ୍କ ମିଳିତ ସହଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହିତ ଚୋରି ହୋଇଥିବା ପ୍ରାୟ ୭୦ ଟି ମୋବାଇଲ ଜବତ କରିଛି ପୋଲିସ୍ ।

Comments are closed.