Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର

କର୍ଣ୍ଣାଟକ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏସୟୁଭି ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାବାଲାପୁରରେ ।

ସୂଚନାନୁସାରେ, ଆଜି ସକାଳେ ଚିକ୍କାବାଲାପୁରର ଏନଏଚ୍ ୪୪ ଚତ୍ରାବତୀ ଟ୍ରାଫିକ୍ ପୋଲିସ ଷ୍ଟେସନ ସାମ୍ନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ଏସୟୁଭି । ଘଟଣାସ୍ଥଳରେ କାରରେ ଥିବା ୧୩ ଜଣ ଗୁରୁତର ଆହତ  ମୃତ୍ୟୁ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବର୍ତ୍ତମାନ ଗୁରୁତର ଅଛନ୍ତି ।

ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଅନୁସନ୍ଧାନ ଅନୁସାରେ ରାସ୍ତାରେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। 

Leave A Reply

Your email address will not be published.