Latest Odisha News

BREAKING NEWS

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ ସମୁଦ୍ର କୌସ୍ତୁଭ

ପାରାଦ୍ବୀପ : କୂଳରେ ଲାଗିଲା ଜାହାଜ ସମୁଦ୍ର କୌସ୍ତୁଭ  । ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ଗତକାଲି ବିଳମ୍ବିତ ରାତିରେ ପାରାଦ୍ବୀପ NQ-2, ବର୍ଥରେ ଲାଗିଲା  । ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା  । ଇଞ୍ଜିନ ଖରାପ ହୋଇଯାଇଥିବାରୁ ଏହି ଜାହାଜଟି ମଝି ସମୁଦ୍ରରେ ଫସିରହିଥିଲା ।

ଜାହାଜରେ ମୋଟ୍  ୨୫ କ୍ରିୟୁ ମେମ୍ବର ଥିବାବେଳେ  ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ଗତକାଲି ଠାରୁ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟ ରେ ଜାହାଜକୁ ଟଣା ହୋଇ ଆଙ୍କରେଜ ଇଲାକାରେ ରଖାଯାଇଥିଲା । ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ରଖାଯାଇଥିବା ସୂଚନା ମିଳିଛି  ।

Leave A Reply

Your email address will not be published.