Latest Odisha News

BREAKING NEWS

ପୁଣେରେ ଭୟଙ୍କର ବର୍ଷା ବିତ୍ପାତ; ବନ୍ୟାରେ ୧୨ ମୃତ

ପୁଣେ: ପୁଣେରେ ଲଗାତର ଗୋଟିଏ ଦିନ ପ୍ରବଳ ବୃଷ୍ଟିପାତ ଯୋଗୁଁ ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ହଠାତ୍ ପାଣି ମାଡ଼ି ଆସିବା ଯୋଗୁଁ ବିଭିନ୍ନ ଯାଗାରେ କାନ୍ଥ ଖସି ଏବଂ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।

ସେହିପରି ପୁଣେ ଜିଲ୍ଲାରେ ପ୍ରାୟ ୧୦,୫୦୦ ବ୍ୟକ୍ତି ଜଳବନ୍ଦୀ ମଧ୍ୟରେ ରହିଥିବା ସୂଚନା ମିଳିଛି ।

ପୁଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଅଞ୍ଚଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଏସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ପରିସ୍ଥିତିକୁ ନେଇ ନଜର ରଖିଛନ୍ତି । ବର୍ଷା ବିପôାତରେ ମୃତୁ୍ୟବରଣ କରିଥିବା ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ଷା ଯୋଗୁଁ ପୁଣେର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଥିବା ବେଳେ ଇତିମଧ୍ୟରେ ଏନଡ଼ିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.