Latest Odisha News

୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ, ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା

ବଲାଙ୍ଗିର: ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ। ବସ ଚଳାଚଳ ସମ୍ପର୍ଣ୍ଣ ଠପ ହୋଇଛି। ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା ଦିଆଯାଇଛି।

ପାଟଣାଗଡ଼ ବ୍ଲକ ଛକରେ ମୂର୍ତ୍ତି ବିବାଦକୁ ନେଇ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ନେଇ ବିଜେପି, କଂଗ୍ରେସ, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ
ସମର୍ଥନ କରିଛି। ପର୍ଶୁରାମ ମୂର୍ତି ସ୍ଥାପନକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ପାଟଣାଗଡ ବ୍ଲକ ଛକରେ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।

ସୂଚନା ଥାଉକି, ପାଟଣାଗଡ ବ୍ଲକ ଛକରେ ଥିବା ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଅପସାରଣ କରି ସେହି ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି। ଯାହାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ପାଟଣାଗଡ଼ ବାସୀ। ଏହାକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ କରାଯାଉଥିଲା। ତେବେ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Comments are closed.