Latest Odisha News

BREAKING NEWS

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ଅମିତ ଶାହ ! ଗସ୍ତକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିପାରନ୍ତି ଅମିଶ ଶାହ  ।  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦିଓ ଏ ନେଇ ସରକାରୀ ସ୍ତରରେ ବିସ୍ତୃତ ଭାବେ କୁହାଯାଇ ନାହିଁ ତେବେ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ଏପରିକି ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାଯାଇଛି । ତେବେ ଅମିତ ଶାହଙ୍କ ଏପରି ଓଡ଼ିଶା ଗସ୍ତକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଗତ ଦୁଇ ଦିନ ଧରି ବିଜେଡି-ବିଜେପି ସମ୍ପର୍କକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । ଏପରି ସ୍ଥିତିରେ ଅମିତ ଶାହଙ୍କ ଅଚାନକ ଓଡ଼ିଶା  ଗସ୍ତକୁ ନେଇ ରାଜନୈତିକ ବିଶ୍ଳେଷକମାନେ ଅନେକ ଅଙ୍କ କଷିବାକୁ ଆରମ୍ଭ କଲେଣି । ଦିଲ୍ଲୀ ବିଲକୁ ନେଇ ଅଧିକାଂଶ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବାବେଳେ ବିଜେପି ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ସେହିପରି ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଏକଜୁଟ ହେଉଥିବାବେଳେ ବିଜେଡି ଏହାକୁ ବିରୋଧ କରି କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେବ ବୋଲି କିହଛି ।  ଏହାକୁ ନେଇ ଗତକାଲିଠାରୁ ଜାତୀୟ ସ୍ତରରେ ବିଜେଡିକୁ ଅନେକ ପ୍ରଶ୍ନବାଣର ଶୀକାର ହେବାକୁ ପଡିଲାଣି ।

ଅନ୍ୟପକ୍ଷେ ବିଜେପିକୁ ସମର୍ଥନର ହାତ ବଢେଇବା ପରେ ନିଜ ଦାବି ଦୋହରାଇଛି ବିଜେଡି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର କହି ସାରିଥିବାବେଳେ ଗତକାଲି ସଂସଦରେ ପୁଣି ଏହି ପୁରୁଣା ଦାବିକୁ ଦୋହରାଇଛି ବିଜେଡି । ସାଂସଦ ସସ୍ମିତ ଆଚାର୍ଯ୍ୟ ରାଜ୍ୟସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ।

ଏପରି ଏକ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ସରକାରର ଚାଣକ୍ୟ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ ଅନେକ ପ୍ରଶ୍ନ ଉଠାଇବା ସ୍ୱାଭାବିକ । ତେବେ ଏ ନେଇ ବିସ୍ତୃତ ସରକାରୀ ସୂଚାନକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.