Latest Odisha News

BREAKING NEWS

ଦଶପଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ସବ୍-ଜେଲକୁ ନୟାଗଡ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ବିକ୍ଷୋଭକାରୀମାନେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଯାହା ଫଳରେ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ତେବେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବାକୁ ଯାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ୪ ପ୍ଲାଟୁନ୍ ପୋଲିସ ନିୟୋଜିତ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.