Latest Odisha News

BREAKING NEWS

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ: ମିଳିବ ସଫଳତା 

ଭୁବନେଶ୍ୱର: ଘର ତଥା ଅଫିସକୁ ବାସ୍ତୁ ଅନୁସାରେ ସଜାଇଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଅଫିସକୁ କିପରି ସଜାଇଲେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା :

ଯଦି କାର୍ଯ୍ୟକ୍ଷେତ୍ରରେ କୁବେରଙ୍କ ମୂର୍ତ୍ତି କିମ୍ବା ପ୍ରତିମା ରଖିବାକୁ ଚାହୁଁଛନ୍ତି ତାହେଲେ ଉତ୍ତର ଦିଗରେ ରଖିପାରିବେ । କାରଣ ଉତ୍ତର ଦିଗରେ କୁବେର ବାସ କରନ୍ତି ବୋଲି ବିଚାର କରାଯାଏ ।

କବାଟ ସାମ୍ନାରେ କୌଣସି କର୍ମଚାରୀ ବସିବା ଅନୁଚିତ । କବାଟ ସମ୍ମୁଖରେ କୌଣସି ଶୁଭ ଚିହ୍ନ, ସ୍ୱସ୍ତିକ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ ।

କାର୍ଯ୍ୟକ୍ଷେତ୍ରରେ କୌଣସି କୋଠରିର ଠିକ ସାମ୍ନାରେ ଟେବୁଲ ରଖିବା ଅନୁଚିତ । ଏହାଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ କମିଯାଇଥାଏ । କବାଟ ସମ୍ମୁଖରେ କୌଣସି ଶୁଭ ଚିହ୍ନ, ସ୍ୱସ୍ତିକ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ ।

ଅଫିସରେ ବସିଥିବା ସମୟରେ ଆପଣଙ୍କ ପିଠି କବାଟ ପଟକୁ ରହିବା ଅନୁଚିତ ।

କାର୍ଯ୍ୟକ୍ଷେତ୍ରର କାନ୍ଥରେ ସବୁଜ କିମ୍ବା ଗାଢ଼ ରଙ୍ଗ ବ୍ୟବହାର କରିବା ଅନୁଚିତ । କାରଣ ଗାଢ଼ ରଙ୍ଗ ଉଜ୍ଜ୍ୱଳତା କମ କରିଦେଇଥାଏ । ଅଫିସରେ ସବୁବେଳେ ଧଳା କିମ୍ବା ଫିକା ରଙ୍ଗ ବ୍ୟବହାର କରିବା ଉଚିତ ।

Leave A Reply

Your email address will not be published.