Latest Odisha News

BREAKING NEWS

ଭୁବନରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ମେଡିକାଲର ଉନ୍ନତୀକରଣ ଦାବି କରି ଶୁକ୍ରବାର ଦିନ ବନ୍ଦ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନାନୁଯାୟୀ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନ ମେଡିକାଲର ଉନ୍ନତୀକରଣ ଏବଂ ମେଡିକାଲରେ ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।

ବହୁ ସଂଖ୍ୟାରେ ବିକ୍ଷୋଭକାରୀମାନେ କାଳିବଜାର ଛକ ନିକଟସ୍ଥ ଏନଏଚ-୫୩କୁ ଅବରୋଧ କରିଥିବା ଜଣାପଡ଼ିଛି।

ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ଜନଜୀବନ ବ୍ୟାହତ ହୋଇଛି ।

ଆହୁରି ମଧ୍ୟ ଏହି ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.