Latest Odisha News

୨୦୦ଟି ଦିନିକିଆ ଖେଳି ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍

ହାମିଲଟନ: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ମିତାଲି ରାଜ୍ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଇସିସି ଆୱାର୍ଡ଼ ମଧ୍ୟ ହାସଲ କରିପାରିଛନ୍ତି ।

ଆଜି ହାମିଲଟନଠାରେ ଖେଳାଯାଇଥିବା ୩ୟ ଦିିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ୪୪ ଓଭରରେ ସମୁଦାୟ ୧୪୯ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୫୨ ରନ କରି ପାରିଛନ୍ତି । କିୱି ମହିଳା କ୍ରିକେଟ ଦଳର ଆନା ପିଟରସନ ୪ଟି ଏବଂ ଲି ତାହୁହୁ ୩ଟି ୱିକେଟ ହାସଲ କରିଛନ୍ତି ।

ନ୍ୟୁଜିଲାଣ୍ଡ ଦଳ ୨୯.୨ ଓଭରରେ ୨ଟି ୱିକେଟ ହରାଇ ୧୫୩ ରନ କରି ବିଜୟ ହାସଲ କରିଛନ୍ତି । ଦଳ ପକ୍ଷରୁ ବେଟ୍ସ ୫୭ ଓ ଅଧିନାୟିକା ଆମି ସାଟରୱଟି ୬୬ ରନ କରିଛନ୍ତି ।
ଇତିହାସ ରଚିଲେ ମିତାଲି ରାଜ

ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟକ ମିତାଲି ରାଜ ପୁଣିଥରେ ଇତିହାସ ରଚିଛନ୍ତି । ଏହି ମ୍ୟାଚ ଖେଳିବା ପୂର୍ବରୁ ବିଶ୍ୱର ପ୍ରଥମ ମହିଳା ଖେଳାଳି ଭାବେ ମିତାଲି ୨୦୦ ଦିନିକିଆ ଖେଳିବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ଆହୁରି ମଧ୍ୟ ଅଧିନାୟକ ଭାବେ ସେ ୧୨୩ତମ ମ୍ୟାଚ ଖେଳିବାର ରେକର୍ଡ ହାସଲ କରିଛନ୍ତି ।

ଏହା ସହ ମିତାଲି ନିଜର ଦମଦାର ଖେଳ ପ୍ରଦର୍ଶନ କରି ଇଂଲଣ୍ଡର ପୂର୍ବ ଅଧିନାୟକ ଚାଲାଟ ଏଡବର୍ଡସଙ୍କ ରେକର୍ଡ ଭାଙ୍ଗିଛନ୍ତି ।

୧୯୯୯ ମସିହା ଜୁନ୍ ୨୫ ତାରିଖରେ ମିତାଲି ଆୟାରଲାଣ୍ଡ ବିରୋଧରେ ଦିନିକିଆରେ ପ୍ରଥମ ଡେବ୍ୟୁ କରିଥିଲେ ।

Leave A Reply

Your email address will not be published.