Latest Odisha News

BREAKING NEWS

ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା

ବାରିପଦା: ତେଜିଲା ରାଇରରଙ୍ଗପୁର ଜିଲ୍ଲା ମାନ୍ୟତା ଦାବି। ଏନେଇ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା ଦିଆଯାଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ରାସ୍ତା ବାଇକ୍ ଛିଡ଼ା କରି ବ୍ୟାନର ଲଗାଇ ରାସ୍ତା ଅବରୋଧ କରିଛନ୍ତି କମିଟି ସଦସ୍ୟ।

ରାଇରଙ୍ଗପୁର ମ୍ୟୁନିସିପାଲିଟି ସହ ବ୍ଳକରେ ବନ୍ଦ ପାଳନ କରାଯାଉଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି। ଗାଡି ଚଳାଚଳ ବନ୍ଦ ରହିବାରୁ ରାସ୍ତାଘାଟ ସବୁ ଶୁନ୍‌ଶାନ ହୋଇଯାଇଛି

ସୂଚନା ଅନୁସାରେ, ବନ୍ଦ ପାଳନକୁ ସଫଳ କରିବା ପାଇଁ ଆନ୍ଦୋଳନକାରୀମାନେ ସକାଳ ୭ଟାରୁ ରାସ୍ତାକୁ ଓହ୍ଲାଇଥିଲେ। ରେଳଷ୍ଟେସନ ବସଷ୍ଟାଣ୍ଡ ସହିତ ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଆହ୍ୱାନ ଦେଇଥିବା ବେଳେ ଏଥିରେ ସମସ୍ତ ରାଜନୈତିକ ଦଳ ବିଭିନ୍ନ ସାମାଜିକ ସଂଗଠନ ସାମିଲ ହୋଇଥିବା ସୂଚନା ମିଳିଛି

Leave A Reply

Your email address will not be published.