Latest Odisha News

କମୁଛି ଟେଷ୍ଟିଂ ବଢୁଛି ସଂକ୍ରମଣ; ୩୫ ହଜାର ଅତିକ୍ରମ କଲା କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ ଗତକାଲି ଭଳି ଆଜି ବି ଦୈନିକ ସଂକ୍ରମଣ ୬ ହଜାର ତଳକୁ ରହିଛି। ଗତ ୨୪ ଘଣ୍ଟାରେ ୫୮୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସକ୍ରିୟ ସଂଖ୍ୟା ୩୫,୧୯୯ରେ ପହଞ୍ଚିଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସେହିପରି ଦୈନିକ ସଂକ୍ରମଣ ହାର ବଢ଼ି ୬.୯୧ ହୋଇଥିବା ବେଳେ ସାପ୍ତାହିକ ହାର ୩.୬୭ ପ୍ରତିଶତ ହୋଇଛି।

ଦେଶରେ ମୋଟ ୪୪,୧୯୬,୩୧୮ ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥହାର ୯୮.୭୪ ପ୍ରତିଶତ ରହିଛି। ସେହିପରି ଦିନକରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୩,୦୯୭୯ ହୋଇଛି। ଗତକାଲି ଠାରୁ ଆଜି ଟିକାକରଣ ଆହୁରି କମ ହୋଇଛି। ଦିନକରେ ମାତ୍ର ୨୦୫ ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି। ଫଳରେ ମୋଟ ଟିକାକରଣ ସଂଖ୍ୟା ୨୨୦,୬୬,୨୩,୫୨୭ରେ ପହଞ୍ଚିଛି।

କରୋନା ବଢ଼ୁଥିବା ବେଳେ ଟେଷ୍ଟିଂ ହ୍ରାସ ପାଉଛି। ଦୈନିକ ଟେଷ୍ଟିଂ ଏକ ଲକ୍ଷ ବି ଛୁଇଁପାରୁନି। ଦିନିକରେ ମାତ୍ର ୮୫,୦୭୬ ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ରାଜଧାନୀ ଦିଲ୍ଲୀରେ କରୋନା ସକ୍ରିୟ ମାମଲା ୨୧.୧୫ ପ୍ରତିଶତ ହେଲାଣି। ଏଥିପାଇଁ ଦିଲ୍ଲୀ ସରକାର ମଧ୍ୟ ନାନା ସତର୍କ ସୂଚନା ଆପଣାଇଛନ୍ତି।

Leave A Reply

Your email address will not be published.