Latest Odisha News

BREAKING NEWS

ପୁରୁଣା ବସ୍ ଷ୍ଟାଣ୍ଡର ଅଧୁନୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ସମଲେଶ୍ୱରୀ ମାର୍କେଟ ସଂଘ ଏହି ବନ୍ଦ ଡାକରା ଦେଇଛି ।

ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରାଯାଇଥିବାବେଳେ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଲାଗି ଦାବି କରି ଧାରଣାକୁ ଓହ୍ଲାଇଛନ୍ତି କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପେ୍ଲକ୍ସ କମିଟି ।

ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ଛାଡି ଆଉ ସବୁ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.