Latest Odisha News

BREAKING NEWS

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କଣ ଖୋଲା ରହିବ, କଣ ବନ୍ଦ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ। ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପ୍ରତିବାଦ କରାଯାଉଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି ।

ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ। ଅନ୍ୟପଟେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟ୍ବିନ୍‌ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଧାନସଭା ଅଞ୍ଚଳରେ ପୋଲିସର କଡ଼ା ସୁରକ୍ଷା ରହିଛି। ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ନଜର ରଖିଛି।

ତେବେ ଆସନ୍ତୁ ଜାଣିବ ଆଜି କଣ ବନ୍ଦ ରହିବ କଣ ଖୋଲା ରହିବ-

  • ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଓଡିଶା ବନ୍ଦ ପାଳନ କରାଯାଉଛି। ସ୍କୁଲ, କଲେଜ ବନ୍ଦ ରଖିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ। ଦୋକାନ ବଜାର ବନ୍ଦ ରହିବ। ପେଟ୍ରୋଲ ପମ୍ପ ବନ୍ଦ ରହିବ।
  • ସେହିପରି ହସ୍ପିଟାଲ ଖୋଲା ରହିବ। ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ ଖୋଲା ରହିବ। ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ମଧ୍ୟ ଖୋଲା ରହିବ। ସରକାରୀ କାର୍ଯ୍ୟାଳୟ ଖୋଲା ରହିବ।

Comments are closed.