Latest Odisha News

BREAKING NEWS

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଅନଗୁଳ: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଥିବା ବେଳେ ସକାଳ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ।

ମିଳିଥିବା ସୂଚନା ଅନୁସାରେ, ତାଳତଚେର ବନ୍ଦ ପାଇଁ ଆଜି ସକାଳୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ବିଭନ୍ନ ଜାଗାରେ ପିକେଟିଂ କରି ବନ୍ଦ କରୁଛନ୍ତି। ମାଲବାହୀ ଟ୍ରେନକୁ ବନ୍ଦ କରିବା ସହ, କୋଇଲାଖଣି ଏବଂ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି।

ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ତାଳଚେର ବଜାରରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ନିଜ ଦାବି ନେଇ ପୋଷ୍ଟର ଓ ବ୍ୟାନର ସହ ଧାରଣାରେ ବସିଛନ୍ତି

Comments are closed.