Latest Odisha News

BREAKING NEWS

ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା, ଋଷ ବିମାନ ବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ଓଡିଶା ସମ୍ବାଦ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଇଞ୍ଜିନ ତୃଟି। ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ମାଗିଲା ଅନୁମତି। ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲେ। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ ତୃଟି। ବିମାନର ଇଞ୍ଜିନରେ ଯାନ୍ତ୍ରିକ ତୃଟି ହୋଇଥିବା ଜାଣିପାରି ପାଇଲଟ ତୁରନ୍ତ ଋଷର ନିକଟସ୍ଥ ମଗଦାନ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲା। ବିମାନକୁ ଅବତରଣ କରିବା ପାଇଁ ଋଷକୁ ଅନୁମତି ମାଗିଥିଲା ଏୟାର ଇଣ୍ଡିଆ ପାଇଲଟ। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ସେପଟେ ଋଷରେ ଭାରତୀୟ ବିମାନର ଅବତରଣ ନେଇ ଆମେରିକା ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ସୂଚନା ରହିଛି।

ଟାଟା ଗ୍ରୁପ୍ ମାଲିକାନା ଘରୋଇ ବିମାନ କମ୍ପାନୀ ଗତ ସନ୍ଧ୍ୟାରେ ଏକ ବିବୃତ୍ତିରେ କହିଛି ଯେ ଇଞ୍ଜିନ ତୃଟି ଯୋଗୁଁ ଦିଲ୍ଲୀରୁ AI173 ବିମାନ ମଙ୍ଗଳବାର ଋଷର ମଗଦାନକୁ ପଠାଯାଇଛି। ବିମାନଟି ୨୧୬ ଯାତ୍ରୀ ଏବଂ ୧୬ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏନେଇ ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ଗଣମାଧ୍ୟମକୁ କହିଛନ୍ତି ଯେ ଆମେରିକା ଗସ୍ତ କରୁଥିବା ଏକ ବିମାନ ଋଷରେ ଜରୁରୀକାଳୀନ ଅବତରଣ କରିବା ବିଷୟରେ ସେ ଅବଗତ ଅଛନ୍ତି ଏବଂ ସେ ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସେପଟେ ଉକ୍ତ ବିମାନରେ କେତେ ଜଣ ଆମେରିକୀୟ ନାଗରିକ ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପଟେଲ କହିଛନ୍ତି ଯେ ବିମାନଟି ଆମେରିକା ପାଇଁ ଉଡ଼ାଣ ଭରିଥିଲା ତେଣୁ ଏହି ବିମାନରେ ନିଶ୍ଚିତ କିଛି ଆମେରିକୀୟ ନାଗରିକ ଥାଇ ପାରନ୍ତି। ତେବେ ଏଭଳି ପରିସ୍ଥିତିରେ ଏୟାର ଇଣ୍ଡିଆ ସହିତ ନିରନ୍ତର ଭାବେ ଆଲୋଚନା ଜାରି ରହିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବାକୁ ଅନ୍ୟ ଏକ ବିମାନ ଉପଲବ୍ଧ କରାଯାଉଛି।

ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ପହଞ୍ଚାଇବା ପାଇଁ ଏୟାର ଇଣ୍ଡିଆ ଜୁନ୍ ୭ ଅର୍ଥାତ୍ ଆଜି ମଗଦାନରୁ ସାନ ଫ୍ରାନ୍ସିସ୍କୋକୁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରିବ। AI173 ର ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ଏହି ବିମାନରୁ ବିଦାୟ ନେଇ ଅନ୍ୟ ଏକ ବିମାନରେ ଯାତ୍ରା କରିବେ। ସମସ୍ତେ ବର୍ତ୍ତମାନ ମଗଦାନର ସ୍ଥାନୀୟ ହୋଟେଲରେ ଅଛନ୍ତି। ଯାତ୍ରୀମାନେ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ନିରାପଦରେ ପହଞ୍ଚିବା ନିଶ୍ଚିତ କରିବାକୁ ସେଠାରେ ଥିବା କର୍ତ୍ତୃପକ୍ଷ ଆମ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବେଦାନ୍ତ ପଟେଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.