Latest Odisha News

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ଜିଲ୍ଲା ସଂଗ୍ରାମୀ ଧାରଣାରେ ବସିଛନ୍ତି l ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି ।

ଏନେଇ ଗତ ସପ୍ତାହଟିଏ ହେଲା ଟିଟିଲାଗଡ଼ ଜିଲ୍ଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି l ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି l  ଏନେଇ ଆଜି ବନ୍ଦକୁ ସହରବାସୀ ସମର୍ଥନ କରିଛନ୍ତି l କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି l

 

Leave A Reply

Your email address will not be published.