Latest Odisha News

BREAKING NEWS

ଚମକିବ ତ୍ବଚା, ଦିଶିବ ହରିଣୀ ଆଖି ଜାଣନ୍ତୁ ଏହି ଉପାୟ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ତ୍ବଚାର ସୁନ୍ଦରତା ବଢ଼ାଇଥାଏ ଆଖି  । ଆପଣ ଶୀତଦିନେ ଦିଶିବେ ଆହୁରି ସୁନ୍ଦର  । ଆପଣଙ୍କ ସୁନ୍ଦରତା ବଢ଼ାଇବ ଆପଣଙ୍କ ନୀଳ ନୟନ । ଏହି ଉପାୟ ଆପଣେଇଲେ ଶୀତେ ଦିନେ ମଧ୍ୟ ଚମକିବ ଆପଣଙ୍କ ଦୁଇ ନୀଳ ନୟନ । ପ୍ରତ୍ୟେକ ନାରୀ ନିଜ ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ କାଜଲ, ମସ୍କରା, ଆଇଲାଇନର୍ ଓ ଆଇସ୍ୟାଡୋ ବ୍ୟବହାର କରଇଥାନ୍ତି ।

ବହୁ ପ୍ରକାର ପ୍ରସାଧନ ସାମଗ୍ରୀ ମଧ୍ୟରୁ ଆଇସ୍ୟାଡୋ ପ୍ରୟୋଗ ଟିକିଏ ଅଲଗା। ରଙ୍ଗବେରଙ୍ଗର ଆଇସ୍ୟାଡୋ ଆଖିରେ ଲଗାଇବା ପୂର୍ବରୁ ଆସନ୍ତୁ କେତୋଟି କଥା ଜାଣିନେବା..
ପ୍ରଥମେ ନିଜ ତ୍ବଚାର ରଙ୍ଗ ଦେଖି ଆଇସ୍ୟାଡୋ କିଣନ୍ତୁ। ବଜାରରେ ବିଭିନ୍ନ ପ୍ରକାର ଆଇ ସ୍ୟାଡୋ ମିଳୁଛି । ଆପଣଙ୍କ ତ୍ବଚାରେ କେଉଁ ରଙ୍ଗର ସ୍ୟାଡୋ ଭଲ ଦେଖାଯିବ, ତା’ର ପ୍ରୟୋଗ ଦୋକାନରେ କରି ଦେଖିବା ଜରୁରୀ । ସାଧାରଣତଃ ଆମେ ଅନ୍-ଲାଇନ୍‌ରେ ଆଇସ୍ୟାଡୋ  କିଣିଥାନ୍ତି  । ମାତ୍ର ଅନଲାଇନରେ କିଣିବା ଦ୍ବାରା ସେସବୁର ରଙ୍ଗ ଠିକ୍ ଭାବେ ଜାଣି ହୋଇନଥାଏ ।
କିଣିବା ପୂର୍ବରୁ ପ୍ରଥମେ ଭାବନ୍ତୁ ଯେ ଆପଣଙ୍କୁ କେଉଁ ରଙ୍ଗର ଆଇସ୍ୟାଡୋ ପିନ୍ଧିଲେ ଆପଣଙ୍କ ଆାଖି ସୁନ୍ଦର ଦିଶିବ  । ଗୋଟିଏ ମୁଖ୍ୟ କଥା ଜାଣି ରଖନ୍ତୁ, ଏହି ସ୍ୟାଡୋ ଡବାରେ ବ୍ୟବହାର କରିବାର ଶେଷ ତାରିଖ ମଧ୍ୟ ଲେଖାହୋଇଥାଏ। ସେସବୁକୁ ଭଲଭାବେ ଦେଖି କିଣନ୍ତୁ । ଆଖିରେ ଶସ୍ତା ତଥା ଅନାମଧ୍ୟେୟ କମ୍ପାନୀର ଆଇସ୍ୟାଡୋ ଲଗାନ୍ତୁନି । ଭଲ ବ୍ରାଣ୍ଡର ଆଇସ୍ୟାଡୋ ଲଗାନ୍ତୁ ।ତେବେ ଆପଣଙ୍କ ଆଖି ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସୁନ୍ଦର ଦିଶିବ ।

Leave A Reply

Your email address will not be published.