Latest Odisha News

BREAKING NEWS

ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

ଗାଡ଼ି ଚଳାଚଳ ବନ୍ଦ ଥିବା ଯୋଗୁ ଯାତ୍ରୀମାନେ ଯିବା ଆସିବା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ସହରର ଅନେକ ସଂଗଠନ। ସୂଚନା ଥାଉକି ଅଗଷ୍ଟ ୧୩ ରେ ସ୍ଥାନୀୟ ମହାବୀର ଧର୍ମଶାଳାଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଟିଟିଲାଗଡ଼ ବନ୍ଦ ଡାକରା ଦେବା ନେଇ ଏକ ବୈଠକ ଅନୁଷ୍ଠିତ କରିଥିଲା। ଏହି ବୈଠକରେ କମିଟି ଆବାହକ ତଥା ଟିଟିଲାଗଡ଼ ବାର ସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହାକ ତଥା ବାର ସମ୍ପାଦକ ମହେଶ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲା ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Comments are closed.