Latest Odisha News

BREAKING NEWS

ଜିଏସ୍‌ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଜୟପୁର ଚାମ୍ବର୍ ଅଫ୍ କମର୍ସର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ହୃଦଘାତରେ କୋରାପୁଟ ଜିଲ୍ଲା ଜୟପୁରର ସୁନା ବ୍ୟବସାୟୀ ପି. ହରପ୍ରସାଦ (୪୨)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସନ୍ତାକାଲି ଅର୍ଥାତ ଶନିବାର ୧୨ ଘଣ୍ଟା ଜୟପୁରର ସମସ୍ତ ଦୋକାନ ବନ୍ଦ ରହିବ। ଏହି ବନ୍ଦ ଡାକରା ଦେଇଛି ଜୟପୁର ଚାମ୍ବର୍ ଅଫ୍ କମର୍ସ। ଜୟପୁର ସହରର ସମସ୍ତ ଛୋଟ,ବଡ଼ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ଆସନ୍ତାକାଲିର ଏହି ବନ୍ଦ ଡାକରାରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି। ସେହିପରି ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେବ ନାହିଁ। କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଥିବା ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି।

ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜ୍ୱେଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଆଜି ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଛି।  ଚଢାଉ ପରଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି।

 

Comments are closed.