Latest Odisha News

BREAKING NEWS

ବାଇପାସ୍ ନିର୍ମାଣ ଦାବିରେ ଖଡ଼ିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଓ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତାରେ ବାଇପାସ ରାସ୍ତା ସହ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସମାଧାନ ଦାବିରେ ବନ୍ଦ ପାଳନ । ଆଜି ସକାଳ ୭ଟାରୁ ଖଡ଼ିଆଳ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଖଡ଼ିଆଳ ସଚେତନ ନାଗରିକ ମଞ୍ଚର ଡାକରାରେ ସବୁ ଦଳର ନେତା ଓ କର୍ମୀଙ୍କ ସହ ଜନସାଧାରଣ ବନ୍ଦ ପାଳନରେ ସାମିଲ୍ ହୋଇଛନ୍ତି ।

ସହରରେ ସକାଳ ୭ଟାରୁ ଦୋକାନ ବଜାର ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ନୂଆପଡ଼ା ଜିଲ୍ଲାର ମୁଖ୍ୟ ସହର ଖଡ଼ିଆଳ । ଏହି ସହର ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ବାଇପାସ୍ ଓ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନଥିବାରୁ ପ୍ରତ୍ୟେକ ଦିନ ଲୋକେ ଦୁର୍ଘଟଣାର ଶିକାର ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଏହାର ପ୍ରତିବାଦ ଦୀର୍ଘ ବର୍ଷ ଧରି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ।

ଯାହାର ପ୍ରତିବାଦରେ ଆଜି ଖଡ଼ିଆଳ ସଚେତନ ନାଗରିକ ମଞ୍ଚ ସରକାର ପକ୍ଷରୁ ଶାନ୍ତିପୂର୍ଣ୍ଣ ଖଡ଼ିଆଳ ବନ୍ଦ ପାଳନ କରାଯାଉଛି । ଖଡ଼ିଆଳ ଦେଇ ଯାଇଥିବା ୩୫୩ ଜାତୀୟ ରାଜପଥ ଓ ଖଡ଼ିଆଳ ସିନାପାଲି ରାସ୍ତାରେ ବାଇପାସ ସହ ଖଡ଼ିଆଳରେ ଟ୍ରାଫିକ ୟୁନିଟ୍ ସ୍ଥାପନ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.