Latest Odisha News

କୂଅରେ ପଡ଼ି ଖାଦ୍ୟ ଅନ୍ୱେଷଣରେ ଆସିଥିବା ହରିଣର ମୃତ୍ୟୁ

କାମାକ୍ଷାନଗର: ଖୋଲା କୂଅରୁ ମିଳିଲା ହରିଣର ମୃତଦେହ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖୁଣ୍ଟବାଟି ଗାଁର ଏକ ଖୋଲା କୂଅରୁ ହରିଣର ମୃତଦେହ ମିଳିଛି । ହରିଣଟି ଖୁଣ୍ଟବାଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ମୃତ ହରିଣଟିର ଆନୁମାନିକ ବୟସ ପ୍ରାୟ ୪ ବର୍ଷ ହେବ । ଘଟଣା ସ୍ଥଳରେ ଅଁଳାବେରେଣୀ ବନ କର୍ମଚାରୀ ପହଞ୍ଚି ଖୋଲା କୂଅରୁ ହରିଣର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ତେଣୁ ଏଥିପ୍ରତି ବନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.