Latest Odisha News

BREAKING NEWS

ବୀରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

ବୀରମହାରାଜପୁର: ଚାରି ଦଫା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, ବୀରମହାରାଜପୁରକୁ ସହରକୁ ଏନଏସି ମାନ୍ୟତା ଦାବି କରାଯାଇଛି ।

ସେହିପରି ପ୍ରସ୍ତାବିତ ଦେଉଳି ଓ ବାଉଁଶୁଣି ମଧ୍ୟରେ ମହାନଦୀ ସେତୁ ଓ ବହୁ ପ୍ରତୀକ୍ଷିତ ସୁରୁବାଲି ଯୋରରେ ଆନିକଟ ଓ ହରିହର ଯୋର ବାମପାର୍ଶ୍ୱ କେନାଲ ନିର୍ମାଣ ଦାବିରେ ବନ୍ଦ ପାଳନ କରିଛୁ ଜିଲ୍ଲା କଂଗ୍ରେସ । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।

କଂଗ୍ରେସ କର୍ମୀ ବୀରାମହାରାଜପୁର ଛକରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ରହିଛି ଦୋକାନ ବଜାର । ସୋନପୁର-ବୀରମହାରାଜପୁର ଓ ବୀରମହାରାଜପୁର-ରେଢ଼ାଖୋଲ ମଧ୍ୟରେ ଗାଡ଼ିମୋଟ୍ର ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନରୁ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦିଆଯାଇଛି ।

Leave A Reply

Your email address will not be published.