Latest Odisha News

BREAKING NEWS

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବାରିପଦା ବନ୍ଦ ଡ଼ାକରା

ବାରିପଦା : ଆଜି ‘ମୟୁରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡ଼େଣ୍ଟ ଆସୋସିଏସନ (ମାରୟାସା)’ ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦିଆଯାଇଛି ।

ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଏକ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡ଼ାକରା ଦିଆ ଯାଇଛି ।

ଏହି ବନ୍ଦ ଡ଼ାକରା ଯୋଗୁଁ ବାରିପଦା ସହର ଉପକଣ୍ଠ ମୁର୍ଗାବାଡ଼ି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଶହ ଶହ ଟ୍ରକ ଓ ବସ ଅଟକି ରହିଛି ।

ଫଳରେ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ବ୍ୟାହତ ହୋଇଛି ।

“ସାନ୍ତାଳୀ ଭାଷା ହେଉଛି ଏକ ପ୍ରମୁଖ ଆଦିବାସୀ ଭାଷା । ମୟୁରଭଞ୍ଜ ଜିଲ୍ଲାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଏହି ଭାଷାକୁ ଜନବହୁଳ ଆଦିବାସୀମାନେ ଦୈନନ୍ଦିନ ଜୀବନରେ ବ୍ୟବହୃତ କରିଥାଆନ୍ତି । ଜିଲ୍ଲା ପ୍ରଶାସନ ଏହି ଭାଷା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ନକରି ବରଂ ଜିଲ୍ଲାର ବାରିପଦା ଠାରେ ଏକ ସାନ୍ତାଳୀ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଉଚିତ”, ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି ।

Leave A Reply

Your email address will not be published.