Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଅଗଷ୍ଟ ୧ରୁ ଭିତରକନିକା ଅଭୟାରଣ୍ୟ ଖୋଲୁଛି

କେନ୍ଦ୍ରାପଡ଼ା : ଭିତରକନିକା ଅଭୟାରଣ୍ୟ ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପରିଦର୍ଶନ ଲାଗି ଖୋଲାଯିବ । କୁମ୍ଭୀର ପ୍ରଜନନର ଋତୁ ଯୋଗୁଁ ଗତ ମେ ୩ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଫଳରେ ଏହି ତିନିମାସ ଧରି ଦେଶୀୟ କିମ୍ବା ବିଦେଶୀ ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଦର୍ଶନ କରିପାରିନଥିଲେ ।

ଅଭୟାରଣ୍ୟର ନଦୀ ନାଳର ଜଙ୍ଗଲିଆ ବୁଦାରେ ବଉଳା କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେଇଥାଆନ୍ତି । ଭିତରକନିକା ଅଭୟାରଣ୍ୟର ଡ଼ାଂଗମାଳଠାରେ ଏକ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟ ରହିଛି । ତେବେ ବିଭିନ୍ନ ନଦୀ ନାଳରେ କୁମ୍ଭୀର ମାନେ ଶହ ଶହ ସଂଖ୍ୟାରେ ଅଣ୍ଡା ପ୍ରଦାନ କରିଥାଆନ୍ତି ।

ଏଠାରେ ଥିବା ବିରଳ ପ୍ରଜାତିର ବଉଳା କୁମ୍ଭୀରମାନେ କିପରି ସ୍ୱଚ୍ଛନ୍ଦରେ ଅଣ୍ଡା ଦେଇପାରିବେ ସେଥିଲାଗି ଭିତରକନିକା ଅଭୟାରଣ୍ୟ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଭିତରକନିକାର ବିଭିନ୍ନ ନଦୀନାଳରେ ଅଣ୍ଡା ପ୍ରଦାନ କରୁଥିବା ଯୋଗୁଁ କୁମ୍ଭୀରମାନେ ନିଜର ସୁରକ୍ଷା ଲାଗି ଖୁବ୍ ହିଂସ୍ର ହୋଇ ଉଠିଥାଆନ୍ତି ।

କୋଳାହଳ ବିିହିନ ଶାନ୍ତ ବାତାବରଣରେ ଏହି ସମୟରେ କୁମ୍ଭୀରମାନେ ରହିବାକୁ ପସନ୍ଦ କରିଥାଆନ୍ତି । ତେଣୁ ଏସବୁକୁ ନଜରରେ ରଖି ରାଜନଗର ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ଗତ ୩ ତାରିଖ ଧରି ବନ୍ଦ ରଖାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଏହିବର୍ଷ ଜାନୁଆରୀ ମାସରେ ହୋଇଥିବା ବାର୍ଷିକ କୁମ୍ଭୀର ଗଣନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ ୧୬୯୮ଟି କୁମ୍ଭୀର ଅଛନ୍ତି ।

Leave A Reply

Your email address will not be published.