Latest Odisha News

BREAKING NEWS

ଟିଟିପିଏସ ବନ୍ଦ ପ୍ରତିବାଦ: ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର(ଅନୁଗୋଳ): ଟିଟିସିଏସ୍ ବନ୍ଦକୁ ନେଇ ତେଜୁଛି ବିରୋଧ । ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଫଲରେ ଏନଟିପିସି, ନାଲକୋ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାକୁ ବନ୍ଦ ରହିଛି କୋଇଲା ପରିବହନ ।

ତାଳଚେରରେ ବନ୍ଦକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ସଂଗଠନ । ଟିଟିପିଏସ ଫେଜ୍-୨କୁ ପୁନଃ କାର୍ୟ୍ୟକ୍ଷମ ସହ ଶ୍ରମିକଙ୍କୁ ନିଯୁକ୍ତି ଦାବି ଜୋର ଧରିଛି । ପୂର୍ବରୁ ୬ ତାରିଖରେ ଟିଟିପିଏସ୍ ବନ୍ଦକୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟି ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଥିଲା ।

Leave A Reply

Your email address will not be published.