Latest Odisha News

BREAKING NEWS

Private bus plunges into gorge: ଖାଇକୁ ଖସି ପଡିଲା ବସ୍ ..ଚାଲିଗଲା ୧୨ ଜୀବନ, ୩୩ ଗୁରୁତର

ଶିମଳା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରୁ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହରିପୁରଧାର ନିକଟରେ ଏକ ଘରୋଇ ବସ୍ (ଜିତ୍ କୋଚ୍) ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏବେ ବି ଜାରି ରହିଛି। ୩୩ ଜଣ ଯାତ୍ରୀ ଗୁରୁତର ଅଛନ୍ତି ।

ବସ୍‌ଟି ଶିମଳାରୁ କୁପଭି ଅଭିମୁଖେ ଯାତ୍ରା କରୁଥିଲା। ସହରଠାରୁ ପ୍ରାୟ ୧୦୦ ମିଟର ପୂର୍ବରୁ ହରିପୁରଧର ନିକଟରେ ପହଞ୍ଚିବା ସମୟରେ ଡ୍ରାଇଭର ହଠାତ୍ ବସ୍‌ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଏହା ପ୍ରାୟ ୧୦୦ ମିଟର ଗଭୀର ଏକ ଖାଇରେ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ୩୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ IGMC ଶିମଳାକୁ ପଠାଯାଇଛି । ଏହି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ପୋଲିସ ଏବଂ ପ୍ରଶାସନକୁ ଖବର ଦେଇଥିଲେ,ଏହା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସିରମୌର ଏସ୍ପି ଏନ.ଏସ. ନେଗି କହିଛନ୍ତି, “ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଦୁର୍ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।”

ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଏବଂ ଆହତମାନଙ୍କ ପାଇଁ ଉତ୍କୃଷ୍ଟ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.