ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବେକାରୀ ସମସ୍ୟା । ଶିକ୍ଷାଗର ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟରେ ୧୨ ଲକ୍ଷ ଯୁବଗୋଷ୍ଠୀ ଏବେ ବି ଚାକିରୀ ଟିକକ ପାଇଁ ଅନେଇ ବସିଛନ୍ତି । କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ସେଥିରୁ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇ ଥିବା ବେଳେ ବିଗତ ପାଞ୍ଚ ବର୍ଷ ରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଏଯାବତ ମୋଟ ୨୨୬ ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୩ କୋଟି ୮୦ ଲକ୍ଷ ଟଙ୍କା। ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜୀକରଣ କରି ଚାକରି ଅପେକ୍ଷାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି ରାଜ୍ୟ ସରକାର । ଯାହା ଏବେ ରାଜ୍ୟରେ ଯେ ବେକାରୀ ସମସ୍ୟା କେତେ ଉତ୍କଟ ପରିସ୍ଥିତିରେ ଅଛି ତାହା ବୟାନ କରୁଛି ।
ଆଉ ରାଜ୍ୟର ବୋକରୀ ହାର ଜାତୀୟ ହାରଠୁ ବି ଅଧିକ । ଓଡିଶାରେ ବେକାରୀ ହାର ୩.୯ ପ୍ରତିଶତ ରହିବେ ବେଳେ ଜାତୀୟ ହାର ୩.୨ ପ୍ରତିଶତ ଠାରୁ ଅଧିକ ରହିଛି ।
Comments are closed.