Latest Odisha News

BREAKING NEWS

ଭଦ୍ରକରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ଚିହ୍ନଟ ୧୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୯୩ କୁ ବୃଦ୍ଧି ପାଇଛି।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ବି ଲୋକାଲ୍ କେସ୍ ଚିହ୍ନଟ ହୋଇନଥିବା ବେଳେ ଚିହ୍ନଟ ୧୨ ଜଣ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରର ବୋଲି ସୂଚନା ମିଳିଛି । ତିହିଡି ବ୍ଲକ ସ୍ଥିତ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି)ରୁ ୯ ଜଣ ରହିଛନ୍ତି ।

ସେହିପରି ଭଣ୍ଡାରୀପୋଖରୀରେ ଥିବା ସରସଡା ହାଇସ୍କୁଲରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ରେ ଦୁଇଜଣ ଏବଂ ଭଣ୍ଡାରୀପୋଖରୀ ବାଳକ ଉଚ୍ଚ ବିଦ୍ୟାଳୟର ଟିଏମସିରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏଠାରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୭ ଟି ସକ୍ରିୟ ମାମଲା ରହିଛି।ଏହାବ୍ୟତିତ ୩୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.