Latest Odisha News

BREAKING NEWS

କରୋନା ଡେଥ୍ କେସ୍: ଓଡ଼ିଶାର ୯ ଜିଲ୍ଲାରୁ ଆଉ ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୨ ଜୀବନ ନେଇଛି ମହାମାରୀ । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ପୁରୁଷ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ତଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲାରୁ ଆଉ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ସେହିପରି ସୁନ୍ଦରଗଡ଼, ନୂଆପଡ଼ା, କଟକ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୩ ଶହ ୫୨କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୫% ।

Leave A Reply

Your email address will not be published.