Latest Odisha News

BREAKING NEWS

ଭୋଟରଙ୍କୁ ବାଣ୍ଟୁଥିଲେ ଟଙ୍କା, ଧରିଲା ପୋଲିସ

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଏହି ସମୟ ବାଲେଶ୍ୱରରୁ ଆସିଛି ସଙ୍ଗୀନ ଅଭିଯୋଗ । ସେଠାକାର ୧ ନମ୍ବର ୱାର୍ଡ ଆଦିବାସୀ ସାହିରେ ଜଣେ ମହିଳା କିଛି ସମର୍ଥକଙ୍କ ସହ ଆସି ଭୋଟରଙ୍କୁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି ।

ଏହାପରେ ସ୍ଥାନୀୟ ଲୋକେ ମହିଳାଙ୍କୁ କାବୁ କରି ସଦର ଥାନା ପୋଲିସ ଜିମା ଦେଇଛନ୍ତି । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଟଙ୍କା ବାଣ୍ଟୁଥିବା ମହିଳାଜଣଙ୍କ ମୟୂରଭଞ୍ଜର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.