Latest Odisha News

BREAKING NEWS

ନୂଆପଡ଼ା ଜିଲ୍ଲାରେ ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ୧୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ରାଜ୍ୟରୁ ଫେରିବା ପରେ ଏହି ୧୨ ଜଣ ବ୍ୟକ୍ତି ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟର ଆଇସୋଲେସନରେ ରହିଥିଲେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ।

ଅଧିକ ପଢନ୍ତୁ: ଓଡ଼ିଶାରେ ସୁସ୍ଥ ହେଲେ ଆଉ ୯୦ କରୋନା ରୋଗୀ

ଏହି ୧୨ ଜଣ ରୋଗୀଙ୍କ ମଧ୍ୟରୁ ୧୧ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ରୋଗୀ ହାଇଦ୍ରାବାଦରୁ ଫେରିଛନ୍ତି ।

Leave A Reply

Your email address will not be published.