ନ୍ୟୁୟର୍କ: ୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ । ଅନେକଙ୍କର ପ୍ରସବ ତାରିଖ ସମାନ । ଏହିପରି ଏକ ଅଜବ ମାମଲା ଆମେରିକାର ଭର୍ଜିନିଆର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ରିଭରସାଇଡ୍ ଆଞ୍ଚଳିକ ମେଡିକାଲରେ କାର୍ଯ୍ୟ କରୁଥିବା ୧୨ ଜଣ ନର୍ସ ଏକ ସମୟରେ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଏକ ଡ଼ାକ୍ତରଖାନାର ଏତେ ସଂଖ୍ୟକ ନର୍ସ ଏକା ସମୟରେ ଗର୍ଭବତୀ ହେବାର ଏହା ଅନନ୍ୟ ଘଟଣା ବୋଲି କୁହାଯାଉଛି ।
ରିଭରସାଇଡ୍ ଆଞ୍ଚଳିକ ମେଡିକାଲ ପାଇଁ ଖୁସି ଖବର । କାରଣ ଏଠାରେ କାମ କରୁଥିବା ସମସ୍ତ ମହିଳା କର୍ମଚାରୀ ଗର୍ଭବତୀ ଅଟନ୍ତି । ଏଥିମଧ୍ୟରେ ୧୦ ଜଣ ପଞ୍ଜୀକୃତ ନର୍ସ, ଜଣେ ଅଭ୍ୟାସକାରୀ ନର୍ସ, ଜଣେ ୟୁନିଟ୍ ସେକ୍ରେଟାରୀ ଅଛନ୍ତି । ଗର୍ଭବତୀ ନର୍ସ ହେଲି ବ୍ରାଡଶା କହିଛନ୍ତି ଯେ, ମୁଁ ଦ୍ୱିତୀୟ ଥର ମାଆ ହେବାକୁ ଯାଉଛି । ଆମେ ଏକା ସଙ୍ଗରେ ଗର୍ଭବତୀ ଥିବାରୁ ସମସ୍ତେ ବହୁତ ଖୁସି । କାରଣ ଡାକ୍ତରଖାନା ପକ୍ଷରୁ ଆମକୁ ବହୁତ ସାହାଯ୍ୟ ମିଳୁଛି । ଯଦି ଆମେ କିଛି ଚାହୁଁଛୁ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସବୁକିଛି ଯୋଗାଇ ଦିଆଯାଉଛି । ସେହିପରି ଆଉ ଜଣେ ଗର୍ଭବତୀ ନର୍ସ ଜ୍ୟାକି କକ୍ସ କହିଛନ୍ତି ଯେ, ମୁଁ ପଞ୍ଚମ ସନ୍ତାନର ମାଆ ହେବାକୁ ଯାଉଛନ୍ତି । ଏବେ ମୁଁ ମୋର ଗୋଟେ ଝିଅ ହେବାକୁ ଆଶା ରଖିଛି । ଆମେ ସମସ୍ତେ ଏକ ଟିମ୍ ଭାବେ ଭଲ କାମ କରୁ । କାରଣ ଆମେ ଜାଣୁ ଆମେ ଏଠାରେ କଣ ପାଇଁ ଅଛୁ । ଯଦି କେହି ଛୁଟିି ନିଅନ୍ତି , ତାର କାମକୁ ଅନ୍ୟ ଜଣେ ନର୍ସ ଖୁସିରେ କରି ଦେଇଥାନ୍ତି । ଆମେ ସମସ୍ତେ ଗର୍ଭଧାରଣର ଶେଷ ତାରିଖ ପର୍ଯ୍ୟନ୍ତ କାମ କରିବାକୁ ଯୋଜନା କରୁଛୁ । ନିକଟରେ ୨ ଜଣ ପ୍ରସବ କରିସାରିଲେଣି ।
ଏହାପୂର୍ବରୁ ଆମେରିକାର ମିସୁରୀରେ ୧୧ ଜଣ ନର୍ସ ଏକତ୍ର ଗର୍ଭବତୀ ହୋଇଥିଲେ ।
Comments are closed.