Latest Odisha News

BREAKING NEWS

୧୨ ରେଳଯାତ୍ରୀ କରୋନା ପଜିଟିଭ୍ ଥିବା ସୂଚନା ଦେଲା ରେଳବିଭାଗ

ନୂଆଦିଲ୍ଲୀ: ଦୁଇଟି ଅଲଗା ଅଲଗା ଟ୍ରେନରେ ନିକଟରେ ଯାତ୍ରା କରିଥିବା ୧୨ ଜଣ ଯାତ୍ରୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଯାତ୍ରୀ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ରାମାଗୁଣ୍ଡମ୍ ଯାଇଥିବା ଜଣାପଡିଛି । ପଜିଟିଭ୍ ଆସିଥିବା ଅନ୍ୟ ଚାରିଜଣ ଯାତ୍ରୀ ଗୋଦାନ ଏକ୍ସପ୍ରେସରେ ୧୬ ମାର୍ଚ୍ଚରେ ମୁମ୍ବାଇରୁ ଜବଲପୁର ଯାତ୍ରା କରିଥିବା ସୂଚନା ମିଳିଛି ।


ଏହି ଘଟଣା ଜଣାପଡିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ଯାତ୍ରୀବାହୀ ଓ ଦୂରଗାମୀ ଟ୍ରେନରେ ନିହାତି ଜରୁରୀ ନ ପଡିଲେ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଗୋଦାନ ଏକ୍ସପ୍ରେସରେ ଯାତ୍ରା କରିଥିବା ଚାରିଜଣ କରୋନା ପଜିଟିଭ ଯାତ୍ରୀ ସପ୍ତାହେ ଆଗରୁ ଦୁବାଇରୁ ଭାରତ ଆସିଥିଲେ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରେ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.