Latest Odisha News

କରୋନା ଲକ୍‌-ଡାଉନରେ କେଉଁଗୁଡ଼ିକ କଟକଣା ମୁକ୍ତ, କ’ଣ ରହିବ ବନ୍ଦ ଜାଣନ୍ତୁ…

ଭୁବନେଶ୍ୱର: ମରଣାନ୍ତକ କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଦେଶକୁ ଦେଶ ଦ୍ରୁତଗତିରେ ବ୍ୟାପୀ ଚାଲିଥିବା ବେଳେ ଭାରତ ସମେତ ଓଡ଼ିଶାରେ ମଧ୍ୟ ସଂକ୍ରମଣର ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌-ଡାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ତଥା ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମାର୍ଚ୍ଚ ୨୨ ତାରିଖ ରବିବାର ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ସକାଳ ୭ଟା ଠାରୁ ରାତି ୯ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ତଥା ୮ଟି ପ୍ରମୁଖ ସହର ଗୁଡ଼ିକରେ ଲକ୍‌-ଡାଉନ ହେବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଲକ୍‌-ଡାଉନ୍ ସମୟରେ କେଉଁ ଗୁଡ଼ିକ କଟକଣା ମୁକ୍ତ:

୧ – ହସ୍ପିଟାଲ୍‌
୨ – ବସଷ୍ଟାଣ୍ଡ
୩ – ରେଲୱେ ଷ୍ଟେସନ
୪ – ବିମାନ ବନ୍ଦର
୫ – ପ୍ରିଣ୍ଟ୍ ମିଡ଼ିଆ
୬ – ଇଲେକ୍ଟ୍ରୋନିକ୍ସ ମିଡ଼ିଆ
୭ – ସୋସିଆଲ୍ ମିଡ଼ିଆ
୮ – ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ
(ଔଷଧ, ପରିବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ଏଟିଏମ)

ଯେଉଁ ଜରୁରୀ ସେବାଲାଗି ଅଫିସ ଓ ଦୋକାନ ଗୁଡ଼ିକ ଖୋଲା ରହିବ:

ଜିଲ୍ଲାପାଳ ଅଫିସ, ଉପ-ଜିଲ୍ଲାପାଳ ଅଫିସ, ତହସିଲ ଅଫିସ, ବ୍ଲକ ଅଫିସ, ପୋଲିସ, ସ୍ୱାସ୍ଥ୍ୟ, ପୌରାଞ୍ଚଳ କାର୍ଯ୍ୟାଳୟ, ଅଗ୍ନିଶମ, ରେଳ, ବିମାନ, ଇଣ୍ଟର ସିଟି ବସ ସେବା, ବିଦ୍ୟୁତ, ଜଳ ଓ ମୁନିସିପାଲିଟି ସେବା, ବ୍ୟାଙ୍କ, ଏଟିଏମ, ସୋସିଆଲ ମିଡ଼ିଆ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆ, ଟେଲିକମ, ଇଣ୍ଟରନେଟ ସେବା, ପୋଷ୍ଟାଲ୍ ସେବା, ସପ୍ଲାଏ ଚେନ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଔଷଧ ଦୋକାନ, ମାଛ, ମାଂସ, ପରିବା, ସଉଦା ଦୋକାନ ଏବଂ ହୋମ ଡ଼େଲିଭରି ରେଷ୍ଟୁରାଣ୍ଟ ।

କଟକଣା ଯୋଗୁଁ ବନ୍ଦ ରହିବ:

୧ – ଅଟୋରିକ୍ସା
୨- ଟ୍ୟାକ୍ସି ପବ୍ଲିକ ଟ୍ରାନ୍ସପୋର୍ଟ
୩ – ସମସ୍ତ ଦୋକାନ
୪ – ବାଣିଜ୍ୟିକ ପ୍ରତିଷ୍ଠାନ
୫ – ଅଫିସ
୬ – କାରଖାନା
୭ – ୱାର୍କସପ
୮ – ଗୋଦାମ

କରୋନା ଭୂତାଣୁ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରି କୌଣସି ରାଜ୍ୟ ୪୦ % ଲକ୍‌-ଡାଉନ୍ ହେବା ଓଡ଼ିଶା ହିଁ ପ୍ରଥମ ଦୃଷ୍ଟାନ୍ତ ।

କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟକୁ ଯେଉଁ ୩୨୦୦ ବିଦେଶ ଫେରନ୍ତା ରହିଛନ୍ତି ସେମାନଙ୍କ ମଧ୍ୟରୁ ୭୦ ଭାଗ ଏହି ୫ଟି ଜିଲ୍ଲାର (ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ଗଞ୍ଜାମ, କଟକ (କଟକ ସହର ସମେତ), କେନ୍ଦ୍ରାପଡ଼ା ଏବଂ ଅନୁଗୁଳ ) ।

ସେହିପରି ଭାବେ ଯେଉଁ ୮ଟି ପ୍ରମୁଖ ସହର ଗୁଡ଼ିକୁ ଲକ୍‌-ଡାଉନ୍ ଘୋଷଣା କରାଯାଇଛି ସେହି ସହର ଗୁଡ଼ିକ ହେଲା ଯଥାକ୍ରମେ – ପୁରୀ, ଭଦ୍ରକ, ରାଉରକେଲା, ଯାଜପୁର ରୋଡ଼, ଯାଜପୁର ଟାଉନ, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବାଲେଶ୍ୱର ସହର ।

Leave A Reply

Your email address will not be published.