Latest Odisha News

BREAKING NEWS

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

ପାରାଦୀପ: ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ରେ ଗୁରୁବାର ଦିନ ୧୨ ଜଣଙ୍କୁ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ସେମାନେ ବାଂଲାଦେଶୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ।

ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ୧୧ ଜଣ ଯୁବକ ଥିବାବେଳେ ଜଣେ ବୃଦ୍ଧ ଥିବା ଜଣାଯାଇଛି।

ତେବେ ବାଂଲାଦେଶୀ ଅନୁପ୍ରବେଶ ନେଇ ଉପକୂଳ ସମୁଦ୍ରରେ ପାଟ୍ରୋଲିଂ କରାଯିବା ସହ ବୋଟଗୁଡିକର କଡାକଡି ଯାଞ୍ଚ କରାଯାଉଛି।

Comments are closed.