Latest Odisha News

BREAKING NEWS

କୋରାପୁଟ ଓ କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ

କୋରାପୁଟ/କେନ୍ଦ୍ରାପଡ଼ା: କୋରାପୁଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ସେବାଶ୍ରମ ଛାତ୍ରଙ୍କ ସମେତ ୧୨ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ପଜିଟିଭ୍ ବୋଲି ଜଣାପଡ଼ିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଳଚନ୍ଦ୍ରପୁର ଗ୍ରାମର ୧୧ ଜଣ ଗ୍ରାମବାସୀ ଡ଼େଙ୍ଗୁରେ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି । ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରାୟ ୧୦୦ ଜଣ ଗ୍ରାମବାସୀ ଏକସଙ୍ଗରେ ଜ୍ୱରରେ ପୀଡ଼ିତ ହେବାପରେ ଗ୍ରାମକୁ ଏକ ଡ଼ାକ୍ତରୀ ଦଳ ଆସି ପୀଡ଼ିତମାନଙ୍କ ସ୍ୱାସ୍ଥ୍ୟ ଜାଞ୍ଚ କରିବା ସହିତ ରକ୍ତ ନମୂନା ସଂଗ୍ରହ କରିଥିଲେ ।

ଇତିମଧ୍ୟରେ ଜଣାପଡ଼ିଛି ଯେ, ଏହି ସମସ୍ତ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀମାନଙ୍କୁ କଟକ ଏସସିବି ଡ଼ାକ୍ତରାଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରୀତ କରାଯାଇଛି ।

ସେହିପରି କୋରାପୁଟ ଜିଲ୍ଲାରେ ବୈପାରୀଗୁଡ଼ା ଗ୍ରାମରେ ଥିବା ଡେରାଗୁଡ଼ା ସେବାଶ୍ରମ ସ୍କୁଲରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରଙ୍କ ରକ୍ତ ନମୂନା ଡ଼େଙ୍ଗୁ ପଜିଟିଭ୍ ଜଣାପଡ଼ିଛି ବୋଲି ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ୍ ଅଫିସର ଜଣାଇଛନ୍ତି ।

ଛାତ୍ର ଜଣକ କୋରାପୁଟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେହି ବିଦ୍ୟାଳୟର ଅନ୍ୟ ୪ଜଣ ଛାତ୍ର ମଧ୍ୟ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ବୋଲି ସେହି ମେଡ଼ିକାଲ୍ ଅଧିକାରୀ ଜଣକ କହିଛନ୍ତି ।

ସେହି ସ୍କୁଲର ଅନ୍ୟ ୪ଜଣ ଛାତ୍ର ଅନେକ ଦିନ ଧରି ଜ୍ୱରରେ ପୀଡ଼ିତ ରହିଥିବା ଜଣାପଡ଼ିଛି । ଏକ ଡ଼ାକ୍ତରୀ ଦଳ ସେହି ସେବାଶ୍ରମକୁ ଯାଇ ସମସ୍ତ ଛାତ୍ରମାନଙ୍କର ରକ୍ତ ନମୂନା ସଂଗ୍ରହ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଉକ୍ତ ସେବାଶ୍ରମ ପରିସରରେ ରହିଥିବା ଜଳର ନମୂନା ମଧ୍ୟ ପରୀକ୍ଷା କେନ୍ଦ୍ରକୁ ପଠାଇଦିଆଯାଇଛି ।

Leave A Reply

Your email address will not be published.