Latest Odisha News

BREAKING NEWS

ବଲିଉଡରେ ପୁଣି ଜଣେ ଓଡ଼ିଆଙ୍କ କମାଲ

ଭୁବନେଶ୍ୱର: ବଲିଉଡରେ କମାଲ ଦେଖାଇଛନ୍ତି ପୁଣି ଜଣେ ଓଡ଼ିଆ । ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ନଜର ଆସିଛନ୍ତି ଓଡ଼ିଆ ପୁଅ ଦେବଦୋଶ ଦର୍ଜୀ। ବଲାଙ୍ଗୀର ଜିଲ୍ଲାର ଦେବଦୋଶ ଏହି ମୁଭିରେ ଚମତ୍କାର ଅଭିନୟ କରି ଚମକେଇ ଦେଇଛନ୍ତି ।

ଦେବଦୋଶ ଏହି ସିନେମାରେ ସ୍ୱାଧାର ଗୃହର ୱାର୍ଡବୟ ଓ ହନୁମାନ ଭଳି ଦୁଇଟି ଚରିତ୍ରରେ ନଜର ଆସିଛନ୍ତି । ଏଥିରେ ନିଜ ଅଭିନୟକୁ ନେଇ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି ଦେବଦୋଶ ।

ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ଏହି ଓଡିଆ ପୁଅଙ୍କର ବଲିଉଡରେ କେହି ଗଡଫାଦର ନଥିଲେ ମଧ୍ୟ ବାଲାଜି ପରି ବଡ ବ୍ୟାନରରେ କାମ କରି ନିଜ ଅଭିନୟର ପରାକାଷ୍ଠା ଦେଖାଇ ପାରିଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି ଦେବଦୋଶ ।

ବଲାଙ୍ଗୀରର ଏକ କଳାକାର ପରିବାରରେ ଜନ୍ମ ହୋଇଥିବା ଦେବଦୋଶ ଦୀର୍ଘଦିନ ଧରି ଅଭିନୟ ପାଇଁ ମୁମ୍ବାଇରେ ସଂଘର୍ଷ କରି ଆସୁଥିଲେ । ଏତେ ଦିନ ପରେ ବଲିଉଡ଼ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ଦେବଦୋଶଙ୍କ ପରିବାରର ଖୁସି କହିଲେ ନସରେ ।

ସଫଳତାର ପ୍ରଥମ ପାହାଚ ଚଢିବା ପରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ତାଙ୍କର ଆଗ୍ରହ ଆହୁରି ବଢ଼ି ଯାଇଛି । ଏଥିପାଇଁ ଆଗକୁ ଆହୁରି କଠିନ ପରିଶ୍ରମ କରି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଦେବଦୋଶ କହିଛନ୍ତି ।

Leave A Reply

Your email address will not be published.