Latest Odisha News

ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ

ବ୍ରହ୍ମପୁର: ଗଞ୍ଜାମରେ ଶୁକ୍ରବାର ଦିନ ଏକ ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି।

ସୂଚନାନୁସାରେ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପର୍ଯ୍ୟଟକମାନେ ଏକ ମିନି ବସ୍‌ ଯୋଗେ ବ୍ରହ୍ମପୁର ବୁଲି ଆସିଥିଲେ। ସେମାନେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ପରେ ଦାରିଙ୍ଗିବାଡି ବୁଲିବାକୁ ଯାଇଥାନ୍ତେ।

ବସଟି ପାହାଡରୁ ତଳକୁ ଆସୁଥିବା ବେଳେ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ରାସ୍ତାରେ ଓଲଟି ପଡିଥିଲା।

ସୂଚନାଯୋଗ୍ୟ, ସୋରଡା ପୋଲିସ ଏବଂ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡ଼ିଥିବା ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଡ୍ରାଇଭର ସମେତ ସମସ୍ତ ୧୩ ଆହତଙ୍କୁ ସୋରଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.