Latest Odisha News

BREAKING NEWS

ଆଜି ଜନ୍ମଦିନରେ ଜାଣନ୍ତୁ, କଲାମଙ୍କ ବିଷୟରେ ୧୨ଟି ଅଜଣା କଥା

ଭୁବନେଶ୍ୱର: ମହାମାନବ ‘ମିସାଇଲ ମ୍ୟାନ୍’ ଏପିଜେ ଅବଦୁଲ କଲାମଙ୍କର ଆଜି ହେଉଛି ଜନ୍ମଦିବସ । ସେଥିଲେ ଜଣେ ଶିକ୍ଷକ, ବୈଜ୍ଞାନିକ, ରାଷ୍ଟ୍ରପତି ଆହୁରି ଅନେକ କିଛି । ସର୍ବୋପରେ ସେ ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ । ଭାରତରତ୍ନ ପ୍ରାପ୍ତ ଏହି ମାହାନ ବ୍ୟକ୍ତିଙ୍କ ବିଷରେ ଜାଣନ୍ତୁ ୧୨ଟି ଅଜଣା କଥା ।

୧. କଲାମଙ୍କ ଜନ୍ମ ଏକ ଗରିବ ମୁସଲିମ ପରିବାରରେ ହୋଇଥିଲା । ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ବାପା ଏକ ନୌକା ଚାଳନା କରୁଥିଲେ ।

୨. ଛୋଟାବେଳୁ କଠିନ ପରିଶ୍ରମୀ ଥିଲେ କଲାମ । ବାପାଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବାକୁ ଯାଇ ପାଞ୍ଚ ବର୍ଷ ଦିନରୁ ସେ ପେପର ବିକ୍ରି କାମ ଆରମ୍ଭ କରିଥିଲେ । ଭଲ ପାଠ ପଢ଼ୁଥିବା କଲାମ ସ୍କୁଲରୁ ଫେରିବା ପରେ ସନ୍ଧ୍ୟା ସମୟରେ ପେପର ବିକିବାକୁ ଯାଉଥିଲେ । ପଠାରେ ଗଣିତ ଓ ବିଜ୍ଞାନ ପ୍ରତିଥିଲା ତାଙ୍କର ବିଶେଷ ଆକର୍ଷଣ ।

୩. ଭାରତୀୟ ବାୟୁସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା କଲାମଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡିଥିଲା । ଏହି ପଦବୀ ପାଇଁ ୯ ଜଣଙ୍କୁ ଚୟନ କରାଯାଇଥିବା ବେଳେ ୮ ଟି ପଦବୀ ଖାଲିଥିଲା । ପ୍ରଥମ ୮ ଜଣଙ୍କୁ ବାୟୁସେନାରେ କମକରିବାର ସୁଯୋଗ ମିଳିଥିବାବେଳେ କଲାମ ୯ ନମ୍ବରରେ ଥିବା ଯୋଗୁଁ ଏଥିରୁ ବାଦ୍ ପଡିଯାଇଥିଲେ ।

୪.’ମିସାଇଲ ମ୍ୟାନ୍’ ନାମରେ ପରିଚିତ ଅବଦୁଲ କଲାମ ତାମିଲର ଅନେକ କବିତା ଲେଖିବା ସହ ବୀଣା ବଜାଇବାରେ ମଧ୍ୟ ରୁଚି ରଖୁଥିଲେ ।

୫.କଲାମ ଜଣେ ମୁସଲମାନ ହୋଇଥିବା ସତ୍ତ୍ୱେ ମଧ୍ୟ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଖାଉଥିଲେ ।

୬. କଲାମ ହେଉଛନ୍ତି ଭାରତର ପ୍ରଥମ ଅବିବାହିତ ରାଷ୍ଟ୍ରପତି ଓ ବୈଜ୍ଞାନିକ ।

୭. ରାଷ୍ଟ୍ରପତି ହେବା ପୂର୍ବରୁ ଭାରତରତ୍ନ ପାଇଥିବା ତୃତୀୟ ବ୍ୟକ୍ତି ହେଉଛନ୍ତି କଲାମ ।

୮.ନିଜ ଟ୍ୱିଟର ଆକାଉଣ୍ଟରେ କେବଳ ଜଣେ କ୍ରିକେଟ ଖେଳାଳିଙ୍କୁ କଲାମ ଫଲୋ କରୁଥିଲେ । ସେ ହେଉଛନ୍ତି ଭିଭିଏସ ଲକ୍ଷ୍ମଣ ।

୯. ଭାରତସରକାରଙ୍କ ‘ସାଇଣ୍ଟିଫିକ ଆଡ଼ଭାଇଜର’ ଭାବେ ମଧ୍ୟ ସେ କାର୍ଯ୍ୟରତ ଥିଲେ ।

୧୦. ସମାନତାକୁ ପ୍ରଧାନ୍ୟ ଦେଉଥିବା ଏହି ମାହାନ ବ୍ୟକ୍ତି କୌଣସି କାର୍ଯ୍ୟକ୍ରମକୁ ଗଲେ ତାଙ୍କ ପାଇଁ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଚୌକିରେ ବସିବାକୁ ମନା କରିଦିଅନ୍ତି ।

୧୧. ଖବର କାଗଜ ବିକ୍ରିରୁ ନିଜ କ୍ୟାରିଅର ଆରମ୍ଭ କରିଥିବା କଲାମ ଆଗକୁ ଯାଇ ଦୁନିଆର ସବୁଠୁଁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ରାଷ୍ଟ୍ରପତି ହୋଇପାରିଥିଲେ । ଖାଲି ନିଜ ପାଇଁ ନୁହେଁ ନିଜ ଜୀବନ କାଳ ମଧ୍ୟରେ ସେ ଅନେକ ଲୋକଙ୍କୁ ନିଜ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ କରିପାରିଛନ୍ତି ।

୧୨. ଶିକ୍ଷଦାନ ପ୍ରତିଥିଲା ତାଙ୍କର ଅହେତୁକ ଆଗ୍ରହ । ଜୀବନର ଶେଷ ଦିନରେ ସିଲଙ୍ଗ ସ୍ଥିତ ଆଇଆଇଏମ ଠାରେ ଶହଶହ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅଭିଭାଷଣ ରଖୁଥିବା ସମୟରେ ହୃଦଘାତରେ ପ୍ରାଣ ହରାଇଥିଲେ ।

ଭାରତମାଆର ଏହି ସୁଯୋଗ୍ୟ ସାନ୍ତାନ ଏକାଧାରରେ ଜଣେ ପ୍ରିୟ ରାଷ୍ଟ୍ରପତି, ମେଣ୍ଟର, ଦୂରଦର୍ଶୀ, ବୈଜ୍ଞାନିକ ଏବଂ ଏସବୁଠୁଁ ବଡ଼ ସେ ଜଣେ ବନିମ୍ର ମଣିଷ ଥିଲେ ।

Leave A Reply

Your email address will not be published.