Latest Odisha News

BREAKING NEWS

ଅବିବାହିତ ଥାଇ ମଧ୍ୟ ଅବଦୁଲ୍ କଲାମଙ୍କର ଅଛନ୍ତି ୩ ପୁଅ !

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିସାଇଲ୍ ମ୍ୟାନ୍ ତଥା ୧୧ତମ ରାଷ୍ଟ୍ରପତି ଏପିଜେ ଅବୁଦୁଲ୍ କଲାମଙ୍କର ୮୮ତମ ଜନ୍ମ ବାର୍ଷିକୀ ପାଳିତ କରାଯାଉଛି ।

ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ୍’ ଭାବେ ସାରାଦେଶ ଜାଣିଛି । ଭାରତର ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ଶିଖରରେ ପହଞ୍ଚାଇବା ପଛରେ ଏହି ମହମାନବଙ୍କର ରହିଛି ବିଶେଷ ଭୂମିକା । କଲାମଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ପରିଗଣିତ ହୋଇପାରିଥିଲା ।

ଏହି ଅନନ୍ୟ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଛୋଟ ପିଲାଙ୍କୁ ଖୁବ୍ ଭଲ ପାଆନ୍ତି । ଏହି ମହାନାୟକଙ୍କ ସମ୍ପର୍କରେ ଅନେକ ରୋଚକ କଥା ରହିଛି ।

କଲାମ ଆଜୀବନ ଅବିବାହିତ ରହିଥିବା ବେଳେ ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ କହିଥିଲେ ଯେ ତାଙ୍କର ୩ଜଣ ପୁଅ ରହିଥିଲେ । ଯାହାକୁ ନେଇ କିଛିସମୟ ପାଇଁ ଉକ୍ତ ସ୍ଥାନରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଘଟଣାଟି ଏହିପରି ରହିଥିଲା, କଲାମ କିଛି କୁନି କୁନି ପିଲାଙ୍କ ସହିତ ରାଷ୍ଟ୍ରପତି ଭବନରେ କଥାବାର୍ତ୍ତା କରୁଥିବା ବେଳେ ଜଣେ ଗାଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିଥିଲେ ଆପଣଙ୍କର କେହି ସନ୍ତାନସନ୍ତତି ନାହାଁନ୍ତି । ସେହି ସମୟରେ ତତକ୍ଷଣାତ୍ କଲାମ୍ ଉତ୍ତରରେ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଛ କଥା ।

ମୋର ୩ ଜଣ ପୁଅ ରହିଛନ୍ତି ଏବଂ ସେମାନେ ହେଉଛନ୍ତି ପୃଥ୍ୱୀ, ଅଗ୍ନି ଓ ବ୍ରହ୍ମୋସ୍ । କଲାମଙ୍କ ଏଭଳି ଉତ୍ତର ଶୁଣି ସମେସ୍ତ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲେ ।

ଏହି ୩ କ୍ଷେପଣାସ୍ତ୍ର ଏପିଜେ ଅବଦୁଲ୍ କଲାମଙ୍କ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିବା ବେଳେ ସେ ଏସବୁକୁ ନିଜ ପୁଅ ଭାବେ ଅଭିହିତ କରିଥିଲେ ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବ କଳ୍ପନା କରିନଥିବେ । ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ ।

Leave A Reply

Your email address will not be published.