Latest Odisha News

BREAKING NEWS

ନିପା ଭାଇରସ୍‌ ଆକ୍ରାନ୍ତ ୧୨ ବର୍ଷୀୟ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର କୋପ କମିନଥିବା ଏପଟେ ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ବଢିଲାଣି। ଅନ୍ୟପକ୍ଷରେ କେରଳରେ ନିପା ଭାଇରସ୍ ଏବେ ଚିନ୍ତା ବଢାଇଛି। ରାଜ୍ୟରେ ନିପା ଭାଇରସ ଯୋଗୁଁ ଜଣେ ୧୨ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହା ପରେ ବୈଷୟିକ ସହାୟତା ପାଇଁ କେନ୍ଦ୍ର ଏହାର ଏକ ଦଳକୁ କେରଳକୁ ପଠାଇଛି। ଦଳ ଆଜି କେରଳରେ ପହଞ୍ଚିବ। ସେପ୍ଟେମ୍ବର ୩ରେ କୋଜିକୋଡେ ଜିଲ୍ଲାରେ ନିପା ଭାଇରସର ଏକ ସନ୍ଦିଗ୍ଧ ମାମଲା ରୁଜୁ ହୋଇଛି।

ଯେଉଁଥିରେ ୧୨ବର୍ଷର ଶିଶୁର ଏନସେଫାଲାଇଟିସ୍ ଏବଂ ମାୟୋକାର୍ଡାଇଟିସର ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା। ବାଳକଟି ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଜି ସକାଳେ ମୃତ୍ୟୁ ବରଣ କରିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ କରିଥିଲା ​​ଯେ ସେ ନିପା ଭାଇରସ୍‌ ସଂକ୍ରମିତ ହୋଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପୁଣେରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଦ୍ୱାରା ବାଳକର ସମସ୍ତ ତିନୋଟି ନମୁନାୁ ପରୀକ୍ଷା କରାଯାଇଥିଲା। ଏହାପରେ ବାଳକଟି ନିପା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଶିଶୁଟିର ସମସ୍ତ ସମ୍ପର୍କୀୟ ଏବଂ ତାଙ୍କ ଚିକିତ୍ସାରେ ଜଡିତ ଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ବାଳକ ସହିତ ସମ୍ପୃକ୍ତ ୩୦ ଜଣଙ୍କୁ କର୍ତ୍ତୃପକ୍ଷଙ୍କ ନଜରରେ ରଖି ୧୭ ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି।

Leave A Reply

Your email address will not be published.